ସୈଫ୍‌ଙ୍କ ଶୀଘ୍ର ସୁସ୍ଥତା ଦେଖି ଉଠିଲା ପ୍ରଶ୍ନ, ଟ୍ରୋଲର୍ସଙ୍କୁ ଜବାବ୍ ଦେଲେ ଅଭିନେତାଙ୍କ ଭଉଣୀ ସବା…

Published By : Prameya-News7 Bureau | January 29, 2025 IST

ମୁମ୍ଵାଇ ୨୯।୦୧; ସୈଫ ଅଲ୍ଲୀ ଖାନଙ୍କ ଘରେ ପଶି ଶରୀଫୁଲ ଅନେକ ଥର ଛୁରୀରେ ଆକ୍ରମଣ କରିଥିଲା। ଏହା ପରେ ସୈଫଙ୍କୁ ରକ୍ତ ଜୁଡୁବୁଡ ଅବସ୍ଥାରେ ଲୀଳାବତୀ ହସ୍ପିଟାଲକୁ ନିଆଯାଇଥିଲା । ଯେଉଁଠାରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଚିକିତ୍ସ‌ାର ପାଞ୍ଚ ଦିନ ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ଯେତେବେଳେ ସୈଫ୍ ହସ୍ପିଟାଲରୁ ଡିସଚାର୍ଜ ହେଲେ ଏବଂ ତାଙ୍କ ଘରକୁ ଆସିଲେ, ସେ ବହୁତ ସୁସ୍ଥ ଦେଖାଯାଉଥିଲେ। ଏପରିକି ଅନେକ ଲୋକ ଅସ୍ତ୍ରୋପଚାର ପରେ ତାଙ୍କର ରିକଭରିକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏବେ ସୈଫଙ୍କ ଭଉଣୀ ସବା ପଟୌଦୀ ଏକ ପୋଷ୍ଟ ସେୟାର କରି ଅଭିନେତାଙ୍କ ଶୀଘ୍ର ଆରୋଗ୍ୟ ଉପରେ ପ୍ରଶ୍ନ ଉଠାଇଥିବା ଲୋକଙ୍କୁ ଉପଯୁକ୍ତ ଉତ୍ତର ଦେଇଛନ୍ତି।

ସୈଫଙ୍କ ଶୀଘ୍ର ରିକଭରି ଉପରେ ପ୍ରଶ୍ନ ଉଠାଇଥିବା ଲୋକଙ୍କୁ ଚୁପ୍ କରାଇଛନ୍ତି ସବା ପଟୌଦୀ । ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି। ସବା ଲେଖିଛନ୍ତି, "ନିଜକୁ ଶିକ୍ଷିତ କରାନ୍ତୁ। ଲୋକମାନେ ସୈଫଙ୍କ ସୁସ୍ଥତାକୁ ଶୀଘ୍ର କେମିତି ବୋଲି ପ୍ରଶ୍ନ କରୁଛନ୍ତି। ତାହାର କାରଣ ଡାକ୍ତର ପ୍ରକାଶ କରି କହିଛନ୍ତି। ସମ୍ପୂର୍ଣ୍ଣ କ୍ୟାପସନ ଦେଖିବା ପାଇଁ ଫଟୋ ଉପରେ କ୍ଲିକ୍ କରନ୍ତୁ।

ଫଟୋ ଉପରେ କ୍ଲିକ କରିବା ପରେ ଲେଖାଯାଇଛି ଯେ, “ଏକାଧିକ ଥର ଛୁରୀରେ ଆକ୍ରମଣ ଯୋଗୁଁ ସୈଫ୍ ଅଲି ଖାନଙ୍କ ଅସ୍ତ୍ରୋପଚାର କରାଯାଇଥିଲା। ୫ଦିନରେ ସେ କିପରି ଆରୋଗ୍ୟ ହୋଇଗଲେ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି। ଏଭଳି ସନ୍ଦେହ କରିବା ଭୁଲ ବୋଲି କହିଛନ୍ତି ହୃଦରୋଗ ବିଶେଷଜ୍ଞ ଡାକ୍ତର ଦୀପକ କୃଷ୍ଣମୂର୍ତ୍ତି। ମେରୁଦଣ୍ଡ ଅସ୍ତ୍ରୋପଚାର ପରେ ତାଙ୍କ ୭୮ ବର୍ଷୀୟା ମାଆ ୪ଦିନ ଭିତରେ ଚାଲିବା ସହ ସିଢ଼ି ଚଢ଼ିପାରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.